Ushara Bhumi Ebam Anyanya Kabita (The Waste Land and Other Poems)

Paperback Published on: 09/02/2026; Language: Oriya
Price: £14.14
UK delivery included
In stock
Print on demand - Usually dispatched within 7-10 days
Make and edit your lists in your account
wordery
has a fantastic rating on
In stock
Print on demand - Usually dispatched within 7-10 days
wordery
has a fantastic rating on

Synopsis

ଓଡ଼ିଆ ହେଉଛି ପ୍ରଥମ ଭାରତୀୟ ଭାଷା ଯେଉଁଥିରେ ପ୍ରଥମେ ଏହା ଅନୁବାଦ କରାଯାଇଥିଲା। ଇଣ୍ଟରନେଟ୍]ରୁ ଦେଖିକରି ଏହା ସ୍ପଷ୍ଟ ହୁଏ ଯେ ୧୯୫୬ ମସିହାରେ, ପ୍ରଶଂସିତ କବି ଓ ଔପନ୍ୟାସିକ ଜ୍ଞାନୀନ୍ଦ୍ର ବର୍ମା ଟି.ଏସ୍].ଏଲିୟଟଙ୍କର ମହାନ ରଚନା 'ଦି ୱେଷ୍ଟ ଲ୍ୟାଣ୍ଡ' ସହିତ ଅନ୍ୟ କିଛି କବିତାର ଅନୁବାଦ ସଂଲଗ୍ନ କରି 'ପୋଡ଼ା ଭୂଇଁ ଓ ଅନ୍ୟାନ୍ୟ କବିତା' ଶୀର୍ଷକରେ ଅନୁବାଦ କରିଥିଲେ, ଯାହା ପ୍ରଫୁଲ୍ଲଚନ୍ଦ୍ର ଦାସଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା। ଦାସ ଅନୁବାଦ ସମ୍ପର୍କରେ ଏଲିୟଟଙ୍କ ସହିତ ପତ୍ରାଳାପ କରିଥିଲେ ଏବଂ ତାଙ୍କ ସମ୍ମତିରେ ସିଏ ଜ୍ଞାନୀନ୍ଦ୍ର ବର୍ମାଙ୍କୁ ଏଲିୟଟଙ୍କର ପ୍ରମୁଖ କବିତାଗୁଡ଼ିକୁ ଅନୁବାଦ କରିବାକୁ ପ୍ରେରଣା ଦେଇଥିଲେ। ସମସ୍ତ ସମ୍ଭାବନାରେ, ସିଏ ଅନ୍ୟ ଭାରତୀୟ ଭାଷାରେ ଏହାର ଅନୁବାଦ ପାଇଁ କପିରାଇଟ୍ ଅନୁମତି ମଧ୍ୟ ପାଇଥିଲେ। କିନ୍ତୁ ଏହି ପୁସ୍ତକଟି ଏବେ ଉପଲବ୍ଧ ନ ଥିବାରୁ କେତୋଟି କବିତା ଆଉ କେଉଁ କେଉଁ କବିତା ଜ୍ଞାନୀନ୍ଦ୍ର ବର୍ମାଙ୍କ ଦ୍ୱାରା ଅନୂଦିତ ହୋଇ ପ୍ରକାଶ ପାଇଥିଲା, ତାହା ଜଣା ପଡ଼େନି।

୧୯୫୬ ମସିହାରେ ଏହା ଜ୍ଞାନୀନ୍ଦ୍ର ବର୍ମାଙ୍କ ଦ୍ୱାରା ଓଡ଼ିଆରେ ଅନୂଦିତ ହୋଇଥିଲା, ତେବେ ଏହା ପ୍ରକାଶ ପାଇଥିଲା ୧୯୫୭ ମସିହାରେ, ଅର୍ଥାତ୍ ଏହାକୁ ନୋବେଲ୍ ପୁରସ୍କାର ପ୍ରାପ୍ତ ହେବାର ୯ବର୍ଷ ପରେ। ପୁଣି ୨୦୧୯ ମସିହାରେ ଓଡ଼ିଆରେ ଦ୍ୱିତୀୟ ଅନୁବାଦ ପ୍ରକାଶ ପାଇଲା 'ତ୍ୟକ୍ତ ଉପତ୍ୟକା ଏବଂ ଅନ୍ୟାନ୍ୟ କବିତା' ନାମରେ ଦତ୍ତାତ୍ରୟ ଦାଶଙ୍କ ଦ୍ୱାରା ଅନୂଦିତ ହୋଇ। ଏଥିରେ ଅନ୍ୟାନ୍ୟ କବିତା ବିଭାଗରେ ମାତ୍ର ୨ଟି କବିତା ରହିଛି।

ମୋ ଦ୍ୱାରା ଓଡ଼ିଆରେ ଅନୁବାଦ କରାଯାଇଥିବା ଏହି ବହିଟିର ନାମ 'ଦି ୱେଷ୍ଟ ଲ୍ୟାଣ୍ଡ'ର ୫ଟି କବିତାର ଅନୁବାଦ ସହିତ ଅନ୍ୟାନ୍ୟ କବିତା ବିଭାଗରେ ୩୨ଟି ଅନୂଦିତ କବିତା ସ୍ଥାନ ପାଇଛି।

ମୋର ଏହି ଅନୁବାଦଟି ଯଦି ଓଡ଼ିଶାର ସୁଧୀ ପାଠକପାଠିକାମାନଙ୍କର ପସନ୍ଦ ହେବ, ତେବେ ମୋର ଶ୍ରମ ସାର୍ଥକ ହୋଇଛି ବୋଲି ମନେ କରିବି। --ଅନୁବାଦକ

Publisher information

  • Publisher: Black Eagle Books
  • ISBN: 9781645608325
  • Number of pages: 220
  • Dimensions: 216 x 140 x 13 mm
  • Languages: Oriya